ଭୂମିହୀନ ପରିବାର ଙ୍କୁ ପଟ୍ଟା ନମିଳିବାରୁ ବରଜୁପୁର ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

By CJ Ajay Behera

news

ବାରିପଦା ସଦର ବ୍ଲକ ଅନ୍ତର୍ଗତ ବେତନା ପଂଚାୟତ ର ବରଜୁପୁର ଗ୍ରାମ ରେ ଆଜକୁ ପ୍ରାୟ 30 ବର୍ଷ ଧରି ପାଖାପାଖି 70 ପରିବାର ସରକାରୀ ଜମି ରେ ଘର କରି ବସବାସ କରିଆସୁଛନ୍ତି। କିନ୍ତୁ ସରକାର ଙ୍କ ଉଦାସୀନତା ଯୋଗୁ ଏହି ପରିବାର ଗୁଡିକ ବସୁନ୍ଧରା ଯୋଜନା ରୁ ବାଦ ପଡିଛନ୍ତି। ଯାହାଫଳରେ ସରକାରଙ୍କ ଗୃହ ନିର୍ମାଣ ଯୋଜନା ର ତାଲିକା ରେ ନାମ ଥାଇ ମଧ୍ୟ ନା ଗୃହ ନିର୍ମାଣ ଅନୁଦାନ ପାଇ ପାରୁଛନ୍ତି ନା ତାଙ୍କ ପିଲା ଙ୍କ ଭବିଷ୍ୟତ ସୁରକ୍ଷିତ କରିପାରିନାହାନ୍ତି। ସ୍ଥାନୀୟ ୱାର୍ଡ ମେମ୍ବର ବୀଣାପାଣି ବାରିକ ଙ୍କ କହିବା ଅନୁଯାୟୀ ଗ୍ରାମବାସୀ ମାନେ ତହସିଲଦାର ଙ୍କ ଠୁ ଆରମ୍ଭ କରି ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ ସାନନ୍ଦ ମାରାଣ୍ଡି ଙ୍କୁ ସାକ୍ଷାତ କରିଥିଲେ ମଧ୍ୟ ଫଳ କିନ୍ତୁ ଶୂନ। ତେଣୁ ଆଜି ଯୁବ ସଂଗଠକ ଅଜୟ ବେହେରା ଙ୍କ ନେତୃତ୍ୱ ରେ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ଏଭଳି ହୀନ ଚକ୍ରାନ୍ତ ର ପ୍ରବଳ ବିରୋଧ କରିବା ସହ ଆଗାମୀ ଦିନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ।

Download Our Free App